Business

ଆଇଇଇଏମଏ ପକ୍ଷରୁ “ଇ୩ : ଏନର୍ଜାଇଜ୍ ଏମପାୱାର୍ ଇଷ୍ଟ’ର ୫ମ ସଂସ୍କରଣ “ଅନଫୋଲ୍ଡିଂ ଦ ଅନଏକ୍ସପ୍ଲୋର୍ଡ – ହ୍ୱେୟାର ନିଡ୍ ମିଟ୍ସ ସଲୁସନ’ ଆୟୋଜିତ

ଭୁବନେଶ୍ୱର : ଇଣ୍ଡିଆନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ମାନୁଫାକଚର୍ସ ଆସୋସିଏସନ୍ (ଆଇଇଇଏମଏ) ପକ୍ଷରୁ ଆଜି ଓଡ଼ିଶାର ଭୁବନେଶ୍ୱରସ୍ଥିତ ମେ’ଫେୟାର କନଭେନସନରେ ପାୱାର ଏବଂ ବୈଦ୍ୟୁତିକ ସରଞ୍ଜାମ ଶିଳ୍ପ ପାଇଁ ପୂର୍ବାଞ୍ଚଳର ପ୍ରମୁଖ ପ୍ରଦର୍ଶନୀ ‘ଇ୩: ଏନର୍ଜାଇଜ୍. ଏମପାୱା.ର୍ ଇଷ୍ଟ’ର ୫ମ ସଂସ୍କରଣ ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ନୀତି ନିର୍ଦ୍ଧାରକ, ୟୁଟିଲିଟି, ଉତ୍ପାଦକ, ପ୍ରଯୁକ୍ତିବିଦ୍ୟା ଯୋଗାଣକାରୀ ଏବଂ ଆର୍ଥôକ ସଂସ୍ଥାଗୁଡ଼ିକୁ ଏକାଠି କରିଛି ଯାହାଦ୍ୱାରା ଓଡ଼ିଶା ଏବଂ ପୂର୍ବ ଭାରତର ପାୱାର ସେକ୍ଟର ଇକୋସିଷ୍ଟମରେ ପୁଞ୍ଜିନିବେଶ ସୁଯୋଗ, ଆଞ୍ଚଳିକ କ୍ୟାପେକ୍ସ ଆଉଟଲୁକ୍, ଚାହିଦା ଏବଂ ଏସଏମଇର ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇପାରିବ ।

ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, “ଓଡ଼ିଶା ଦଶନ୍ଧି ଧରି ଚାଲିଆସୁଥିବା ପାରମ୍ପରିକ ବିଦ୍ୟୁତ୍ ଉତ୍ପାଦନରୁ ରାଜ୍ୟ ନିଜକୁ ପରିବର୍ତର୍ନ କରି କ୍ଲିନ୍ ପାୱାର, ଗ୍ରୀନ୍ ଫୁଏଲ ଏବଂ କମ୍ କାର୍ବନଯୁକ୍ତ ଶିଳ୍ପ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି । ଏହାର ଦୃଢ଼ ଶିଳ୍ପ ଭିର୍ତିଭୂମି, ଜଳସମ୍ପଦ, ୫୭୫ କିଲୋମିଟର ଉପକୂଳବର୍ତୀ ଅଂଚଳ, ବନ୍ଦର, ଖଣିଜ ମୂଲ୍ୟ ଶୃଙ୍ଖଳା ଏବଂ ଦକ୍ଷ କର୍ମଚାରୀଙ୍କୁ ବ୍ୟବହାର କରି, ରାଜ୍ୟ ଏହାର ଅକ୍ଷୟ ଶକ୍ତି ନୀତି ଅଧୀନରେ ୨୦୩୦ ସୁଦ୍ଧା ସୌର, ପବନ, ଜଳବିଦ୍ୟୁତ୍, ସଂରକ୍ଷଣ ଏବଂ ବିତରିତ ଶକ୍ତିକୁ ମିଶାଇ ୧୦ ଗିଗାୱାଟରୁ ଅଧିକ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛି ।”

ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଛନ୍ତି, “ଆମେ ସ୍ୱତନ୍ତ୍ର ବୈଦ୍ୟୁତିକ ସରଞ୍ଜାମ ଉତ୍ପାଦନ କ୍ଲଷ୍ଟର, ଉନ୍ନତ ପରୀକ୍ଷଣ ପରୀକ୍ଷାଗାର, ଏକ୍ସଲେନ୍ସ ସେଂଟର, ଏକ ଦୃଢ଼ ଏମଏସଏମଇ ଯୋଗାଣକାରୀ ଇକୋସିଷ୍ଟମ ଏବଂ ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗିତା ବିକଶିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଭବିଷ୍ୟତର ଉତ୍ପାଦ ସୁଯୋଗ ଚିହ୍ନଟ କରିବା, ଉତ୍ପାଦନ କ୍ଲଷ୍ଟରଗୁଡ଼ିକର ବିକାଶ କରିବା, ଆମର ଭେଣ୍ଡର ବେସକୁ ମଜବୁତ କରିବା ଏବଂ ପ୍ରଯୁକ୍ତିବିଦ୍ୟା ଗ୍ରହଣକୁ ତ୍ୱରାନ୍ୱିତ କରିବାରେ ଆମ ସହିତ ଭାଗିଦାରୀ ହେବା ପାଇଁ ମୁଁ ଆଇଇଇଏମଏକୁ ସ୍ୱାଗତ କରୁଛି, ଯାହାଦ୍ୱାରା ଆମେ ଏକାଠି ଶିଳ୍ପ ଉତ୍ପାଦନର ଭବିଷ୍ୟତ ନିର୍ମାଣ କରିପାରିବା ।”

ଆଇଇଇଏମଏର ସଭାପତି ଶ୍ରୀ ବିକ୍ରମ ଗାଣ୍ଡୋତ୍ରା କହିଛନ୍ତି, “ଗତ ସପ୍ତାହରେ ପ୍ରକାଶିତ ଆଇଆଇପି ତଥ୍ୟ ଅନୁଯାୟୀ ଏହା ୨୩ ମାସର ସର୍ବୋଚ୍ଚ ସ୍ତର ୭.୩% ରେ ପହଂଚିଛି, ଯେଉଁଥିରେ ସୁଇଚ୍ ଗିଅ,ର୍ ସର୍କିଟ୍ ବ୍ରେକ,ର୍ ୟୁପିଏସ୍ ସିଷ୍ଟମ୍ ଏବଂ ମିଟର ପ୍ୟାନେଲ୍ ଦ୍ୱାରା ପରିଚାଳିତ ବୈଦ୍ୟୁତିକ ସରଞ୍ଜାମ ଉତ୍ପାଦନ ୩୪% ବୃଦ୍ଧି ପାଇଛି । ଏହି ସଂଖ୍ୟାଗୁଡ଼ିକ ଆମ ଶିଳ୍ପର ଶକ୍ତିକୁ ପ୍ରତିଫଳିତ କରେ । ପୂର୍ବାଂଚଳ, ବିକଶିତ ହେଉଥିବା ନୀତିଗତ ଢାଂଚା ଏବଂ ସରକାରଙ୍କ ପ୍ରତିଶ୍ରୁତି ମୋତେ ଆତ୍ମବିଶ୍ୱାସ ଦେଉଛି ଯେ ଶିଳ୍ପର ଏକ ବଡ଼ ବର୍ଗ ନୀତିର ସୁବିଧା ନେବା ପାଇଁ ଏହି ଅଞ୍ଚଳରେ ପୁଞ୍ଜିନିବେଶ କରିବ ।”

Related Articles

Back to top button